MEGHA MOUSUMI
ଆକାଶରେ ଯେବେ କଳା ମେଘ ଘୋଟେ, ସେବେ ମେଘର ପ୍ରେମରେ ବିଭୋର ହୋଇ ମୟୁର ନାଚେ, କବିର କଲମ ଅନେକ କବିତା ଲେଖେ | ଠିକ ସେହିପରି ମେଘୁଆ ସନ୍ଧ୍ୟାର କଥା ସବୁକୁ ନେଇ ଆଧାରିତ, କବି ଶୈଳେନ୍ଦ୍ର ନାରାୟଣ ବେହେରାଙ୍କର କବିତା ସଂକଳନ "ମେଘ ମୌସୁମୀ" | କବି ପେଶାରେ ଜଣେ ବ୍ୟାଙ୍କିଂ ବିଭାଗର ବ୍ୟକ୍ତି ମାତ୍ର ସଂଖ୍ୟା ସହ ଖେଳି ଶବ୍ଦକୁ ଆୟତ୍ତ କରିବାର କଳା ତାଙ୍କୁ ବେଶ ଜଣା | କବିଙ୍କର ଏହି ସଂକଳନ ନିଶ୍ଚିତ ଭାବରେ ପ୍ରେମର ମୌସୁମୀରେ ପାଠକ ମାନଙ୍କୁ ନିଶ୍ଚୟ ଓଦା କରିବ ଏବଂ ଜୀବନରେ ସବୁବେଳେ ପ୍ରେମର ମେଘ ଘୋଟି ରଖିବ |